ଓମିକ୍ରନ୍‌ ଗ୍ରାଫ୍‌ ଉପର ମୁହାଁ…

ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ଗ୍ରାଫ୍‌ ଉପର ମୁହାଁ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି। ଇତିମଧ୍ୟରେ ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୬୮ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୮୧ ରହିଛି। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫ ରେ ପହଞ୍ଚିଛି।

ଦିଲ୍ଲୀରେ ୫୪୬, କର୍ନାଟକରେ ୪୭୯, କେରଳରେ ୩୫୦, ପଶ୍ଚିମବଙ୍ଗରେ ୨୯୪, ଉତ୍ତରପ୍ରଦେଶରେ ୨୭୫, ଗୁଜରାଟରେ ୨୩୬, ତାମିଲନାଡୁରେ ୧୮୫, ହରିୟାଣାରେ ୧୬୨, ତେଲେଙ୍ଗାନାରେ ୧୨୩, ଓଡ଼ିଶାରେ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ୫୪, ପଞ୍ଜାବରେ ୨୭, ବିହାରରେ ୨୭, ଗୋଆରେ ୨୧, ଜମ୍ମୁ-କଶ୍ମୀରରେ ୧୩, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୮, ମେଘାଳୟ ୫, ଛତିଶଗଡ଼ରେ ୫, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୧,୮୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩,୦୬୩ ଜଣ ଚିକିତ୍ସିତ ହେଉଛନ୍ତି।

Share