ଡବ୍ଲୁଏଚ୍‌ଓର ଚେତାବନୀ: ୩ ଦିନରେ ଦୁଇଗୁଣା ହେବ ଓମିକ୍ରନ୍‌

ଜେନେଭା,୧୯ ।୧୨: ଏବେ ସୁଦ୍ଧା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ୮୯ ଦେଶକୁ ବ୍ୟାପି ସାରିଲାଣି । ସବୁଠି ଏହା ଡେଲ୍ଟା ଭାରିଏଣ୍ଟଠାରୁ ଦ୍ରୁତ ବେଗରେ ବ୍ୟାପୁଥିବା ଦେଖାଯାଉଛି । ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହେଲେ ଏହା ଦେଢରୁ ୩ ଦିନ ମଧ୍ୟରେ ଦୁଇଗୁଣା ହୋଇଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ଦେଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଶୁକ୍ରବାର ନିଜର ‘ଏନହାନସିଂ ରେଡିନେସ ଫର ଓମିକ୍ରନ୍‌(ବି.୧.୧.୫୨୯) ଟେକନିକାଲ ବ୍ରିଫ ଆଣ୍ଡ ପ୍ରାୟୋରିଟି ଆକ୍ସନ ଫର ମେମ୍ବର ଷ୍ଟେଟସ୍‌’ ରିପୋର୍ଟରେ କହିଛି ଓମିକ୍ରନ୍ ଯଦି ଡେଲ୍ଟା ଭାରିଏଣ୍ଟଠାରୁ ଆଗକୁ ଚାଲିଗଲା ତେବେ ଏହା ଗୋଷ୍ଠୀ ସଂକ୍ରମଣ ହୋଇଯିବ । ରିପୋର୍ଟରେ କୁହାଯାଇଛି ୧୬ ଡିସେମ୍ବର ୨୦୨୧ରେ ଡବ୍ଲୁଏଚଓର ସମସ୍ତ ୬ଟି କ୍ଷେତ୍ରରେ ଥିବା ୮୯ ଦେଶକୁ ଓମିକ୍ରନ୍ ମାଡି ସାରିଲାଣି ।

Share