୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନାନୁଯାୟୀ, ଡେଲ୍‌ଟା ଭାରିଆଣ୍ଟଠାରୁ ମଧ୍ୟ ଓମିକ୍ରନ ୫ ଗୁଣ ଅଧିକ ବିପଦଜ୍ଜନକ। ଏହା ଖୁବ୍‌ଶୀଘ୍ର ବ୍ୟାପିବା ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଆଦୌ ନ ଯିବାକୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

Share