ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା ବେଳେ ୨୭ ରାଜ୍ୟ ଓ କେନ୍ଦ୍ର ଶ।।ସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୬୨୩ରେ ପହଞ୍ଚିଥିଲା । ଏମାନଙ୍କ ମଧ୍ୟରୁ ୧୪୦୯ଜଣ ବିଦେଶ ଚାଲିଯାଇଛନ୍ତି ନଚେତ୍ ସୁସ୍ଥ ହୋଇଯାଇଛନ୍ତି । ଏହା ବ୍ୟତୀତ ଏମିତି ୧୦ଟି ରାଜ୍ୟ ଚିହ୍ନଟ କରାଯାଇଛି ଯେଉଁଠାରେ ସମସ୍ତ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଯାଇଛନ୍ତି । ଏହି ୧୦ ରାଜ୍ୟରେ ଏବେ ଜଣେ ବି ଓମିକ୍ରନ୍ ସଂକ୍ରମିତ ନାହାନ୍ତି । ଓମିକ୍ରନ୍ ସଂକ୍ରମଣ ତାଲିକାରେ ତାମିଲନାଡୁର ସ୍ଥାନ ସପ୍ତମରେ ଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୮୫ । ହେଲେ ଏବେ ଏହି ୧୮୫ ଜଣ ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏଠାରେ ଏବେ ଓମିକ୍ରନର କୌଣସି ଆକ୍ଟିଭ କେଶ ନାହିଁ । ତାମିଲନାଡୁ ବ୍ୟତୀତ ଗୋଆ(୧୯), ଆସାମ(୯), ମଧ୍ୟପ୍ରଦେଶ(୯), ଚଣ୍ଡିଗଡ଼(୩), ଜମ୍ମୁ-କଶ୍ମୀର(୩), ପୁଡୁଚେରୀ(୨), ହିମାଚଳପ୍ରଦେଶ(୧), ଲଦ୍ଦାଖ(୧), ମଣିପୁରରେ(୧) ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ଏବେ ଏମାନେ ସମସସ୍ତେ ସୁସ୍ଥ ହୋଇଯାଇଥିବା ଜଣାପଡିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଓମିକ୍ରନକୁ ଭୟ କରନ୍ତୁ ନାହିଁ । ଏହାସହ ବଞ୍ଚିବା ଶିଖନ୍ତୁ । କରୋନା କଟକଣାର ସମସ୍ତ ନିୟମ ମାନି ଚଳନ୍ତୁ ।

Share