୨୯ ରାଜ୍ୟରେ ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଲା…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨,୭୨୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି।

ଇତିମଧ୍ୟରେ ଦେଶର ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦୯ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩୮ ରହିଛି।

ଏହା ପଛକୁ ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୨ରେ ପହଞ୍ଚିଛି। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬ ଛୁଇଁଛିି। ଦିଲ୍ଲୀରେ ୫୪୯, କର୍ନାଟକରେ ୫୪୮, କେରଳରେ ୫୩୬, ଉତ୍ତରପ୍ରଦେଶରେ ୨୭୫, ତେଲେଙ୍ଗାନାରେ ୨୬୦, ତାମିଲନାଡୁରେ ୨୪୧, ଗୁଜରାଟରେ ୨୩୬, ଓଡ଼ିଶାରେ ୨୦୧, ହରିୟାଣାରେ ୧୬୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶରେ ୧୫୫, ଉତ୍ତରାଖଣ୍ଡରେ ୯୩, ମେଘାଳୟ ୭୫, ପଞ୍ଜାବରେ ୬୧, ବିହାରରେ ୨୭, ଜମ୍ମୁ-କଶ୍ମୀରରେ ୨୩, ଗୋଆରେ ୨୧, ଝାଡ଼ଖଣ୍ଡରେ ୧୪, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଛତିଶଗଡ଼ରେ ୮, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ଲଦାଖରେ ୨ ,ହିମାଚଳପ୍ରଦେଶରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୩,୧୦୯ ଓମିକ୍ରନ୍‌ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୫,୧୦୦ ଜଣ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share