ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧

ନୂଆଦିଲ୍ଲୀ,୧୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଲାଣି । ସୋମବାର ମହାରାଷ୍ଟ୍ରରେ ଆଉ ୨ ସଂକ୍ରମିତଙ୍କୁ ଚିହ୍ନଟ କରଯାଇଥିବା ବେଳେ ଏମାନେ ଦୁବଇରୁ ପେରିଥିବା ସୂଚନା ମିଳିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଫେରିଥିବା ଜଣେ ବ୍ୟକ୍ତି ବି ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କୁ ନେଇ ଏବେ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪୧ ଛୁଇଁଛି ।
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନୂଆ ସଂକ୍ରମିତ ଜଣେ ଲାତୁରର ୩୩ ବର୍ଷିୟ ଯୁବକ ହୋଇଥିବା ବେଳେ ଅନ୍ୟଜଣେ ପୁଣେର ୩୯ ବର୍ଷୀୟ ମହିଳା । ଏହାସହ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଚିହ୍ନଟ ୨ ରୋଗୀଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବେଳେ ଏମାନେ ଦୁଇଟି ଡୋଜ ଟିକା ବି ନେଇଥିଲେ । ଏମାନଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲେ ବି ସେମାନେ ସଂକ୍ରମିତ ହୋଇ ନ ଥିବା ଜଣାପଡିଛି । ସେହିପରି ଦକ୍ଷିଣ ଆଫ୍ରିକାର ଗୁଜରାଟ ଫେରିଥିବା ୪୨ ବର୍ଷିୟ ବ୍ୟକ୍ତି ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

Share