୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା ପରେ ନୂଆ ବର୍ଷ ଫିକା ପଡିବାକୁ ଯାଉଛି । କାରଣ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । ଗୁରୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଥିଲା । ତେବେ ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ରାଜଧାନୀ ଦିଲ୍ଲୀରେ ଥିବା ବେଳେ ଏଠାରେ ସଂଖ୍ୟା ଥିଲା ୨୬୩ । ଏହା ପଛକୁ ରହିଛି ମହାରାଷ୍ଟ୍ର । ଏଠାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୫୨, ଗୁଜରାଟ ୯୨, ରାଜସ୍ଥାନ ୬୯, କେରଳ ୬୫ ଓ ତେଲେଙ୍ଗାନାରେ ୬୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଓମିକ୍ରନ୍ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପି ସାରିଲାଣି ।

Share