Categories: ଜାତୀୟ

ଗୁଜରାଟରେ ତୃତୀୟ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୪।୧୨: ଜିମ୍ବାଓ୍ବେରୁ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଗୁଜରାଟର ଜାମନଗରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି। ଏହା ଭାରତରେ ଚିହ୍ନଟ ହୋଇଥିବା ତୃତୀୟ ଓମିକ୍ରନ ମାମଲା।

ଜାମନଗରର ୭୨ ବର୍ଷୀୟ ବାସୀନ୍ଦାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କ ନମୁନାକୁ ଜେନମ ସିକ୍ୱେନ୍ସିଂ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟରୁ ଓମିକ୍ରନ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୁଜରାଟର ସ୍ବାସ୍ଥ୍ୟ କମିଶନର ଜୟ ପ୍ରକାଶ ଶିଭାରେ।

“ଆମେ ତାଙ୍କୁ ଆଇସୋଲେଟ ରଖି ମନିଟର କରୁଛୁ। ସେ ରହୁଥିବା ସ୍ଥାନରେ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରସ୍ତୁତ କରାଯାଇଛି। ସେହି ସ୍ଥାନରେ ଆମେ ଟ୍ରେସିଂ ଓ ଲୋକଙ୍କ ଟେଷ୍ଟିଂ କରୁଛୁ” ବୋଲି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମନୋଜ ଅଗ୍ରଓ୍ବାଲ କହିଛନ୍ତି।

Share