‘ଓମିକ୍ରନକୁ ସାମାନ୍ୟ ଭାବନ୍ତୁ ନାହିଁ ’

ଜେନେଭା,୭।୧: କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି। ତେଣୁ ନୂଆ ଭାରିଆଣ୍ଟକୁ ସାମାନ୍ୟ ଭାବି ଅବହେଳା ନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ବହୁସଂଖ୍ୟାରେ ଲୋକ ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି। ବିଭିନ୍ନ ଦେଶରେ ଏହା ଡେଲ୍ଟା ସଂକ୍ରମଣକୁ ଅତିକ୍ରମ କରିଗଲାଣି। ହସ୍ପିଟାଲଗୁଡ଼ିକରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଓମିକ୍ରନ୍‌ ଭାରିଆଣ୍ଟ ଟିକା ନେଇଥିବା ରୋଗୀଙ୍କୁ ଡେଲ୍ଟା ଭଳି ଗୁରୁତର କରୁ ନାହିଁ। ସେଥିପାଇଁ ଏହାକୁ ସାମାନ୍ୟ ଭାବିବା ଠିକ୍‌ ନୁହେଁ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି। ଓମିକ୍ରନ୍‌ ଯୋଗୁ ସଂକ୍ରମଣ ହୁ-ହୁ ହୋଇ ବଢ଼ୁଛି। ଗତ ସପ୍ତାହରେ ବିଭିନ୍ନ ଦେଶରେ ୯୫ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି, ଯାହା ପୂର୍ବ ସପ୍ତାହ ତୁଳନାରେ ୭୧ ପ୍ରତିଶତ ଅଧିକ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Share