ନୂଆଦିଲ୍ଲୀ,୧୭ ।୧: ପ୍ରଥମେ କରୋନା, ପୁଣି ଡେଲ୍ଟା ଆଉ ଏବେ ଓମିକ୍ରନ୍ । କରୋନା ମହାମାରୀର ଭିନ୍ନ ଭିନ୍ନ ଭାରିଏଣ୍ଟ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ଏବେ ଓମିକ୍ରନ୍ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । କରୋନା ଭାଇରସକୁ ନେଇ ନୂଆ ନୂଆ ଅଧ୍ୟୟନ ସାମ୍ନାକୁ ଆସୁଛି । ଏବେ ବିଶେଷଜ୍ଞମାନେ ଦାବି କରିଛନ୍ତି କି ଓମିକ୍ରନ୍ କରୋନାର ଶେଷ ଭାରିଏଣ୍ଟ ନୁହେଁ ।
ବିଶେଷଜ୍ଞମାନେ କହିଛନ୍ତି ପ୍ରତିଟି ସଂକ୍ରମଣ ଭାଇରସକୁ ମ୍ୟୁଟେସନ କରିବାର କ୍ଷମତା ରଖିଥାଏ ଓ ଓମିକ୍ରନ୍ ନିଜକୁ ବଢାଇପାରେ । ଭ୍ୟାକ୍ସିନ ଓ ପ୍ରାକୃତିକ ଭାବେ ହୋଇଥିବା ଇମ୍ୟୁନିଟି ପରେ ବି ଏହା ଲୋକଙ୍କୁ ସଂକ୍ରମିତ କରୁଛି । ଏହାର ଅର୍ଥ ହେଉଛି ଏହି ଭାଇରସ ଆଗକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ବିକଶିତ ହୋଇପାରେ । ତେବେ ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି କି କରୋନାର ନୂଆ ଭାରିଏଣ୍ଟ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାର କ’ଣ ଲକ୍ଷଣ ରହିବ ତାହା ବି ସ୍ପଷ୍ଟ ହୋଇନାହିଁ । ଏହାସହ ଓମିକ୍ରନର ସିକ୍ୟୁଏଲ ଏକ ସାଧାରଣ ରୋଗ ହେବ ଓ ଭ୍ୟାକ୍ସିନ ଏହା ବିରୋଧରେ କାମ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।