ଓମିକ୍ରନ୍‌କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ

ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ଡେଲ୍ଟାଠାରୁ ଦ୍ରୁତ ବେଗରେ ସଂକ୍ରମଣ ହେଉଛି । ଏହି ଓମିକ୍ରନ୍ ଭାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ବି ଦେଇଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଏଡହେନମ ଘେବରେୟେସସ କହିଛନ୍ତି ଓମିକ୍ରନ୍‌କୁ ମାଇଲ୍ଡ ବୋଲି ଭାବିବା ଭୁଲ୍ । ଏଥିରେ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି ଓ ହସ୍ପିଟାଲରେ ଭର୍ତ୍ତି ହେବା ଭଳି ପରିସ୍ଥିତି ଉପୁଜୁଛି । ଯାହାର ଫଳ ସ୍ୱରୂପ ଏବେ ବଡ ବଡ ବିକାଶଶୀଳ ଦେଶରେ ହସ୍ପିଟାଲରେ ବେଡ ଅଭାବ ପଡିଲାଣି । ତେଣୁ ଓମିକ୍ରନ୍‌କୁ ହାଲକା ଭାବେ ନେବା ଅନୁଚିତ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଓମିକ୍ରନ୍ ଫୁସଫୁସ ଉପରେ ଡେଲ୍ଟା ଭଳି ପ୍ରଭାବ ପକାଉନାହିଁ । ଏହା ପରେ ବି ଆମକୁ ସତର୍କ ରହିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି ।

Share