ଶେଷ ହୋଇନି ଓମିକ୍ରନ୍‌, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓର ଅଧିକାରୀ ମାରିଆ ୱେନ କହିଛନ୍ତି। ବହୁ ଦେଶରେ କରୋନା ଟିକାକରଣ ହାର ବହୁତ କମ ରହିଛି। ଏପରି ଏକ ସଙ୍କଟ ଜନକ ସମୟରେ ସମସ୍ତ କଟକଣା ଏକାସାଙ୍ଗରେ ହଟାଯିବା ଉଚିତ୍‌ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

ମାରିଆ ୱେନଙ୍କ ଅନୁଯାୟୀ, ଆମେ ସବୁବେଳେ ସମସ୍ତ ଦେଶକୁ ନିବେଦନ କରୁଛୁ ଯେ ଧୀରେ ଧୀରେ କରୋନା କଟକଣାକୁ କୋହଳ କରନ୍ତୁ। ଓମିକ୍ରନ୍‌ ଭୂତାଣୁ ବେଶ୍‌ ଶକ୍ତିଶାଳୀ। ଡବ୍ଲ୍ୟୁଏଚ୍‌ଓର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ଙ୍କ ଅନୁଯାୟୀ, କେତେକ ଦେଶରେ ଏକ ଧାରଣା ରହିଛି ଯେ ଟିକାକରଣ ହାର ବଢ଼ିବା ସହିତ ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ କମ୍‌ ସାଂଘାତିକ ଯୋଗୁ ସମ୍ଭାବ୍ୟ ଏହି ବିପଦକୁ ରୋକାଯାଇପାରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଓମିକ୍ରନ୍‌ ନିଶ୍ଚିତ ଭାବରେ ଅତ୍ୟଧିକ ସଂକ୍ରାମକ କିନ୍ତୁ ଅଧିକ ସାଂଘାତିକ ନୁହେଁ । ତେଣୁ ଚିନ୍ତା କରିବାର ଆବଶ୍ୟକତା ବି ରହିଛି। ସଂକ୍ରମଣ ବୃଦ୍ଧି ହେତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଥିବା ସେ କହିଛନ୍ତି।

Share