ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ବ୍ୟକ୍ତି ଜଣଙ୍କ ଜଗତସିଂହପୁରରୁ  କଟକ ଆସିଥିଲେ। ଏପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। କଟକ ମେରିଆ ବଜ଼ାରର ଏକ ପରିବାରରେ ୭ଜଣ ପଜିଟିଭ୍‌ ଆସିଥିବା ସିଡ଼ିଏମଓ ସୂଚନା ଦେଇଛନ୍ତି।  ଦେଶରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଥିବା ବେଳେ କଟକରେ ଓମିକ୍ରନ ସନ୍ଦିଗ୍ଧ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି।

Share