ଓମିକ୍ରନ୍‌କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ

ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ଦେଇଛି କି ଓମିକ୍ରନୁ ଏବେ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଏହା ଆହୁରି ଘାତକ ନୂଆ ଭାରିଏଣ୍ଟ ସୃଷ୍ଟି କରିପାରେ ସହାୟକ ହୋଇପାରେ । ସଙ୍ଗଠନର ଜରୁରୀକାଳିନ ଅଧିକାରୀ କୈଥରିନ ସ୍ମଲୱୁଡ କହିଛନ୍ତି ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ ବିପରିତ ପ୍ରଭାବ ପକାଇପାରେ । ଅନ୍ୟପଟେ ଏବେକାର କରୋନା ସଂକ୍ରମିତଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ଡବ୍ଲୁଏଚଓ ଇନସିଡେଣ୍ଟ ମ୍ୟାନେଜମେଣ୍ଟ ସପୋର୍ଟ ଟିମର ଆବଦି ମହମ୍ମଦ କହିଛନ୍ତି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକ୍ରାରୁ ଆରମ୍ଭ ହୋଇଥିବା ଓମିକ୍ରନ୍ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ଏହି ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Share