ଓମିକ୍ରନର ଆଉ ୨ ନୂଆ ଲକ୍ଷଣ, ଯାହା କରୋନାଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଲଣ୍ଡନ,୩୧ ।୧୦: ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶେଷ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହାସହ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମୟ ସମୟରେ ଏହାର ଲକ୍ଷଣ ସହ ମଧ୍ୟ ଜନସାଧାରଣଙ୍କୁ ପଚିରିତ କରାଉଛନ୍ତି । ନିକଟରେ କିଙ୍ଗସ କଲେଜ ଲଣ୍ଡନରେ ଜେନେଟିକ ଏପିଡେମିଓଲୋଜିର ପ୍ରଫେସର ଟିମ ସ୍ପେକ୍ଟର କହିଛନ୍ତି ଓମିକ୍ରନର ଆଉ ୨ଟି ନୂଆ ଲକ୍ଷଣ ଦେଖିବାକୁ ମିଳିଲାଣି । ଗୋଟିଏ ହେଉଛି ସଂକ୍ରମିତଙ୍କୁ ବାନ୍ତି ଲାଗିବା ଅନ୍ୟଟି ଭୋକ ନ ଲାଗିବା । ପୂର୍ବରୁ ଓମିକ୍ରନର ଲକ୍ଷଣ ସାମାନ୍ୟ ଥଣ୍ଡା, ସର୍ଦ୍ଦି, ଗଳା ଦରଜ ଆଦି ଥିବା ବେଳେ ଏବେ ଏହି ୨ ଲକ୍ଷଣ ବି ଓମିକ୍ରନର ବୋଲି ବିଶେଷଜ୍ଞମାନେ କହିଲେଣି । ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିନେବାକୁ ପରାମର୍ଶ ଦିଆଯାଉଛି । ଏହା ଟିକା ନେଇଥିବା ଅବା ବୁଷ୍ଟର ଡୋଜ ନେଇଥିବା ଲୋକଙ୍କ ପାଖରେ ବି ଦେଖାଯାଉଛି ।

Share