Categories: ଜାତୀୟ

ବଢୁଛି ଓମିକ୍ରନ୍‌ ଆତଙ୍କ: ହାଇ-ରିସ୍କରେ ୧୧ ଦେଶ

ନୂଆଦିଲ୍ଲୀ,୨।୧୧: କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ୧୧ଟି ଦେଶ ହାଇ-ରିସ୍କରେ ଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ସେ ଗୃହକୁ ସୂଚନା ଦେଇ କହିଛନ୍ତି, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବୋତସ୍ବାନା, ଚାଇନା, ଜିମ୍ବାୱେ, ମରିସସ, ହଂକଂ, ସିଙ୍ଗାପୁର ଏବଂ ଇସ୍ରାଏଲ ଏବେ ଓମିକ୍ରନର ଉଚ୍ଚ ବିପଦ ବର୍ଗରେ ଅଛନ୍ତି। ନୂତନ କୋଭିଡ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନିୟମକୁ କଡାକଡି କରାଯାଉଛି। ଜ୍ୟୋତିରାଦିତ୍ୟ କହିଛନ୍ତି, ଅଧିକ ବିପଦ ବର୍ଗ ଥିବା ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ ହେ। ସେହିପରି ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାର ନିଷ୍ପତ୍ତି ଏବେ ବନ୍ଦ ହୋଇଯାଇଛି। ଓମିକ୍ରନ ଡେଲଟା ଭାରିଆଣ୍ଟ ଅପେକ୍ଷା ଏକ ଦ୍ରୁତ ପ୍ରସାରଣ ଭାରିଆଣ୍ଟ ବୋଲି କୁହାଯାଉଛି।

Share