ରାଜସ୍ଥାନର ସମସ୍ତ ୯ ଓମିକ୍ରନ୍ ଆକ୍ରାନ୍ତଙ୍କ ରିପୋର୍ଟ ଆସିଲା ନେଗେଟିଭ୍‌

ଜୟପୁର,୧୦ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ରାଜସ୍ଥାନର ସମସ୍ତ ୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାସହ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମଥର ଲାଗି ୫ ଡିସେମ୍ବରକୁ ୯ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆଉ ୫ ଜଣ ସେମାନଙ୍କ ସମ୍ପକୀୟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଏମାନଙ୍କ ପରିବାରର ୩୪ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ କେବଳ ୯ ଜଣ ଓମିକ୍ରନ୍ ଦ୍ୱାରା ଆକାନ୍ତ ହୋଇଥିବା ଜଣାପଡିଥିଲା ।

Share