୬୩ ଦେଶରେ ପହଞ୍ଚିଲା ଓମିକ୍ରନ୍‌…

ଜେନେଭା, ୧୩।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୩ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ବିଶ୍ୱ ସୱାସ୍ଥ୍ୟ ସଂଗଠନ କହିଛି ଯେ ପୃଥିବୀର ବିଭିନ୍ନ ଦେଶରେ ଓମିକ୍ରନ୍‌ ପହଞ୍ଚିବାରେ ଲାଗିଛି। ତେବେ ଡେଲ୍ଟା ଭାରିଆଣ୍ଟଠାରୁ ଏହା କମ୍‌ ବିପଜ୍ଜନକ।

ଆସନ୍ତା କିଛି ମାସ ମଧ୍ୟରେ ୟୁରୋପରେ ଅଧାରୁ ଅଧିକ ଲୋକ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ କେତେ ଦୂର ସଂକ୍ରାମକ, ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବ କି ନାହିଁ ଏବଂ ଏହା ବିରୁଦ୍ଧରେ କେତେ ପ୍ରଭାବଶାଳୀ ଚିକିତ୍ସା ଏବଂ ଟିକା ଅଛି ତାହା ନିର୍ଣ୍ଣୟ କରିବାକୁ ସପ୍ତାହେ ସମୟ ଲାଗିପାରେ। ଆମେରିକା ଏବଂ ଅଷ୍ଟ୍ରେଲିଆ ଏହା ସଂକ୍ରମଣ ହେବାରେ ଲାଗିଛି।

ଆମେରିକାର ମିସିଗାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ  ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଏଥି ସହିତ, ଦକ୍ଷିଣ ଆଫ୍ରିକାରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍‌ ଲଢ଼େଇରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଓମିକ୍ରନ ଠାରୁ ଦୂରେଇ ରହିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ କହିଛି। ଓମିକ୍ରନ୍‌ ସଂକ୍ରମଣ ନେଇ ପ୍ରତ୍ୟେକ ଦେଶ ପ୍ରସ୍ତୁତ ରହିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

 

Share