ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି। ଓମିକ୍ରନ୍‌ର ତାଣ୍ଡବ ଆରମ୍ଭ ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫ ଛୁଇଁଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ରହିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଛି। କେରଳ, ଗୁଜରାଟ, ରାଜସ୍ଥାନ ଏବଂ ତାମିଲନାଡୁରେ ଶହେରୁ ଅଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏସବୁ ରାଜ୍ୟ ଅଧିକ ସଂକ୍ରମଣ ହୋଇଥିବା ୧୦ ରାଜ୍ୟ ତାଲିକାରେ ରହିଛନ୍ତି। ସେହିପରି ତେଲେଙ୍ଗାନା, କର୍ନାଟକ, ହରିୟାଣା ଏବଂ ଓଡ଼ିଶା ମଧ୍ୟ ଶୀର୍ଷ ୧୦ ତାଲିକାରେ ଅଛନ୍ତି।

କେରଳରେ ୧୮୫, ରାଜସ୍ଥାନରେ ୧୭୪, ଗୁଜୁରାଟରେ ୧୫୪, ତାମିଲନାଡୁରେ ୧୨୧, ତେଲେଙ୍ଗାନାରେ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କର୍ନାଟକରେ ୭୭, ହରିୟାଣାରେ ୭୧, ଓଡ଼ିଶାରେ ୩୭, ଉତ୍ତରପ୍ରଦେଶରେ ୩୧, ଆନ୍ଧ୍ରପ୍ରଦେଶରେ ୨୪, ପଶ୍ଚିମବଙ୍ଗରେ ୨୦, ମଧ୍ୟପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୮, ଗୋଆରେ ୫, ମେଘାଳୟ ୫, ଜମ୍ମୁ-କଶ୍ମୀରରେ ୩, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ୍‌ ନିକୋବରରେ ୨, ପଞ୍ଜାବରେ ୨, ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୮୨୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share