ଲକ୍ଷ୍ନୌ,୩।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି। କିନ୍ତୁ ଏହି ଭାଇରାଲ ଅତି ସାମାନ୍ୟ ରୋଗ ସୃଷ୍ଟି କରିଥାଏ। ଏଥିରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହା ଭାଇରାଲ ଜ୍ୱର ଭଳି କିନ୍ତୁ ଏଥିରେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଡେଲଟା ଭାରିଆଣ୍ଟ ଭଳି ମାରାତ୍ମକ ନୁହେଁ। ସଂକ୍ରମିତ ରୋଗୀମାନେ ୪-୫ ଦିନ ମଧ୍ୟରେ ଓମିକ୍ରନ ଭାରିଆଣ୍ଟରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରୁଛନ୍ତି। ଡେଲଟା ଭାରିଆଣ୍ଟ ସମୟରେ ସଂକ୍ରମିତ ରୋଗୀମାନେ ୧୫ରୁ୨୦ ଦିନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗୁଥିଲା । ତେବେ ଓମିକ୍ରନ ଡେଲଟା ଭାରିଆଣ୍ଟ ଭଳି ମାରାତ୍ମକ ନୁହେଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।