ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଓମିକ୍ରନ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ବି ଚେତାବନୀ ଦେଇଛି କି ଆଗକୁ ଓମିକ୍ରନର ଝଡ ଆସୁଛି । ଏହି ଭାଇରସ ୨୦-୩୦ ବର୍ଷ ବୟସର ଯୁବବର୍ଗଙ୍କୁ ଅଧିକ ପରିମାଣରେ ସଂକ୍ରମିତ କରୁଥିବା କୁହାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବ୍ରିଟେନରେ ବେସରକାରୀ ଭାବେ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ସରକାରଙ୍କ ଘୋଷଣାରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସେହିପରି ଆମେରିକା ଓ ଇସ୍ରାଏଲରେ ବି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଲାଣି । ଓମିକ୍ରନ୍‌ରେ ଆମେରିକାରେ ଏବେ ଯେତିକି ଲୋକ ସଂକ୍ରମିତ ହେଲେଣି ଏହା ମୋଟ ସଂକ୍ରମିତର ୭୩ ପ୍ରତିଶତ ବୋଲି ଜଣାପଡିଛି । ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯଦି ଗୋଟିଏ ଦେଶ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଲ ତେବେବି ଏହା ବିଶ୍ୱ ପାଇଁ ବିପଦ ।
କ’ଣ ରହିଛି ଓମିକ୍ରନର ଲକ୍ଷଣ
ଓମିକ୍ରନ୍ ସଂକ୍ରମିତ ୮୯ ପ୍ରତିଶତଙ୍କ ନିକଟରେ କାଶ, ରାତିରେ ଝାଳ ବୋହିବା, ଗଳା ଦରଜ, ଅନ୍ୟ ଭାରିଏଣ୍ଟ ଭଳି ଜ୍ୱର ମଧ୍ୟ ହେବ । ଆମେରିକାରେ ୪୩ ଜଣଙ୍କ ସିଡିସି ବିଶ୍ଳେଷଣ ଅନୁଯାୟୀ, ଓମିକ୍ରନର ସବୁଠାରୁ ସାଧାରଣ ଲକ୍ଷଣ ହେଲା କାଶ, ଥକାପଣ ଓ ନାକରୁ ବୋହିବା । ଓମିକ୍ରନ୍ ଇମ୍ୟୁନିଟି ସିଷ୍ଟମ ଉପରେ ଅଧିକ ପ୍ରଭାବ ପକାଉଛି । ଯେଉଁମାନେ ୨ ଡୋଜ ଟିକା ନେଇ ସାରିଛନ୍ତି ସେମାନେ ବି ସତର୍କ ରହିବା ଦରକାର ।

Share