୩୮ ଦେଶରେ ଓମିକ୍ରନ୍‌ ଆତଙ୍କ…

ଜେନେଭା/ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୩୮ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ବିଶ୍ୱ ସୱାସ୍ଥ୍ୟ ସଂଗଠନ କହିଛି ଯେ ପୃଥିବୀର ବିଭିନ୍ନ ଦେଶରେ ଓମିକ୍ରନ୍‌ ପହଞ୍ଚିବାରେ ଲାଗିଛି, କିନ୍ତୁ ଇତିମଧ୍ୟରେ କୌଣସି ଆକ୍ରାନ୍ତଙ୍କରର ମୃତ୍ୟୁ ଘଟି ନାହିଁ। ଆସନ୍ତା କିଛି ମାସ ମଧ୍ୟରେ ୟୁରୋପରେ ଅଧାରୁ ଅଧିକ ଲୋକ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ କେତେ ଦୂର ସଂକ୍ରାମକ, ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବ କି ନାହିଁ ଏବଂ ଏହା ବିରୁଦ୍ଧରେ କେତେ ପ୍ରଭାବଶାଳୀ ଚିକିତ୍ସା ଏବଂ ଟିକା ଅଛି ତାହା ନିର୍ଣ୍ଣୟ କରିବାକୁ ସପ୍ତାହେ ସମୟ ଲାଗିପାରେ। ଆମେରିକା ଏବଂ ଅଷ୍ଟ୍ରେଲିଆ ଏହା ସଂକ୍ରମଣ ହେବାରେ ଲାଗିଛି। ଏଥି ସହିତ, ଦକ୍ଷିଣ ଆଫ୍ରିକାରେ ସ୍ଥିତି ସଙ୍କଟ ଜନକ ହୋଇଛି।

ଡେଲ୍ଟା ଭାରିଆଣ୍ଟ୍‌ ଲଢ଼େଇରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଓମିକ୍ରନ ଠାରୁ ଦୂରେଇ ରହିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବ। ତେବେ କେତେକ ଦେଶ ଦ୍ୱାରା ସୀମା ବନ୍ଦ ପଦକ୍ଷେପ ଗ୍ରହଣ କରିବା ପ୍ରସ୍ତୁତି ପାଇଁ ସମୟ ଲାଗିବ।
ପଶ୍ଚିମ ପାସିଫିକ୍‌ ଅଞ୍ଚଳର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ତାକେସି କାସାଇ ଏକ ଅନଲାଇନ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ସୀମା ପ୍ରତିବନ୍ଧକ ଓମିକ୍ରନ୍‌ ପ୍ରବେଶକୁ ବିଳମ୍ବ କରିପାରେ ଏବଂ ଏନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ନିଶ୍ଚିତ କିଛି ସମୟ ମଧ୍ୟ ଲାଗିବ। ତେବେ ପ୍ରତ୍ୟେକ ଦେଶ ଏନେଇ ପ୍ରସ୍ତୁତ ରହିବା ଉଚିତ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ଜରୁରୀକାଳୀନ ପରିସ୍ଥିତି ନିର୍ଦ୍ଦେଶକ ଡାକ୍ତର ବି ଓଲୋଓ୍ବକୁରେ କହିଛନ୍ତି ସାମାଜିକ ଦୂରତା ନିୟମ ପାଳନ ଏବଂ ମାସ୍କ ପିନ୍ଧିବା ସହିତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ସହିତ ଟିକାକରଣ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି।

Share