ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ ଭାରତରେ ଓମିକ୍ରନ୍‌କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୧,୦୦୦ ଜଣ ଯାତ୍ରୀ ମୁମ୍ବାଇ ଆସିଛନ୍ତି। ସେଥିମଧ୍ୟରୁ ୪୬୬ ଯାତ୍ରୀଙ୍କ ତାଲିକା ମିଳିଥିବାବେଳେ ମାତ୍ର ୧୦୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ବମ୍ବେ ମହାନଗର ନିଗମର ଅତିରିକ୍ତ କମିଶନର ସୁରେଶ କାକାନୀ କହିଛନ୍ତି ଯେ, ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ଜାରି ରହିଛି। ସେମାନଙ୍କର ନମୁନା ପରୀକ୍ଷା କରାଯିବ। ପଜିଟିଭ୍‌ ଯାତ୍ରୀଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ ବୋଲି ସେ କହିଛନ୍ତି।

ଯେକୌଣସି ସ୍ଥିତିର ମୁକାବିଲା ଲାଗି ସହରର ୫ କୋଭିଡ ହସ୍ପିଟାଲରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କୁ ସଜାଗ ରଖାଯାଇଛି।

Share