Advertisement

ଓମିକ୍ରନ ହେବ ପରାସ୍ତ: ଏମ-ଆରଏନଏ ଟିକା ଜେମକୋଭାକ-ଓଏମକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୦।୬ : ବାୟୋଟେକ୍ନୋଲୋଜି ବିଭାଗ ମଙ୍ଗଳବାର କହିଛି ମିଶନ କୋଭିଡ ସୁରକ୍ଷଙ୍କ ଅନ୍ତର୍ଗତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍‌ ଟିକାକୁ ଭାରତର ଡ୍ରଗ କଣ୍ଟ୍ରୋଲର୍‌ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଜେମକୋଭାକ-ଓଏମ ଏମ-ଆରଏନଏ ଆଧାରିତ ଟିକା ଫର୍ମୁଲାକୁ ଉହାନ ଷ୍ଟ୍ରେନ ବିରୁଦ୍ଧରେ ବିକଶିତ ପ୍ରୋଟୋଟାଇପ ଟିକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟନ୍ତ ବିକଶିତ କରିଛି।

ଜେମକୋଭାକ-ଓଏମ ହେଉଛି ଏକ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍‌ ଟିକା ଯାହା ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ସ୍ବଦେଶୀ ପ୍ଲାଟଫର୍ମ ଟେକ୍ନୋଲୋଜି ବ୍ୟବହାର କରି ବିକଶିତ ହୋଇଛି।
ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ସିଇଓ ସଞ୍ଜୟ ସିଂ କହିଛନ୍ତି, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ର କାର୍ଯ୍ୟାଳୟରୁ ଜେମକୋଭାକ-ଓଏମ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଆମ ଁ ପ୍ରସ୍ତୁତ ଏକ ଟେକ୍ନୋଲୋଜିର ପରିଚୟ ପ୍ରଦାନ କରିଛି। ଏହା ଆମର ଅଗ୍ରଗତି ଏବଂ ପ୍ରୟାସର ଏକ ପ୍ରମାଣ।

ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଏସ ଗୋଖଲେ କହିଛନ୍ତି ଏହା ଅନ୍ୟ ଟିକା ତୁଳନାରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ବ୍ୟବହାର କରାଯାଇପାରିବ।

Share