ଓମିକ୍ରନ୍‌ ଅଣାୟତ୍ତ, ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮ ଛୁଇଁଛି। ଦେଶରେ ଓମିକ୍ରନ୍‌ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ ରେ ପହଞ୍ଚିଛି।

ସେହିପରି କେରଳରେ ୬୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୪୪, ତାମିଲନାଡୁରେ ୩୪, କର୍ନାଟକରେ ୩୮, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬ , ହରିୟାଣାରେ ୧୦, ଜମ୍ମୁ-କଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୩, ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଏବଂ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି।

ଇତିମଧ୍ୟରେ ୧୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ, ପୁଣି କଟକଣା ଲାଗୁ କରାଯାଇଛି।

Share