ସତର୍କ ହେଲା ଆମେରିକା: ଦେଖାଇବାକୁ ହେବ ୨୪ ଘଣ୍ଟା ଭିତରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ

ୱାଶିଂଟନ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ଅଧିକାଂଶ ଦେଶରେ ଦେଖାଯାଇଥିବା ବେଳେ ସମସ୍ତ ଦେଶ ଏବେ ଏହାକୁ ନେଇ ନୂଆ ଗାଇଡ ଲାଇନ ଜାରି କରି ସାରିଲେଣି । ଆମେରିକା ଭଳି ଶକ୍ତିଶାଳୀ ଦେଶ ବି ଏଥିରୁ ବାଦ୍ ପଡିନି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ବିଦେଶରୁ ଫରୁଥିବା ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ବାଇଡେନ ଟୁଇଟ କରି କହିଛନ୍ତି ଆମେରିକା ଫେରୁଥିବା ବିଦେଶୀ ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ କରୋନା ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡିବ । ଏମାନେ ଯଦିଓ କରୋନା ଟିକା ନେଇଥିବେ ହେଲେ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଜଣେ ଯାତ୍ରୀଙ୍କୁ କୋଭିଡ ଟେଷ୍ଟ କରିବା ଜରୁରୀ ବୋଲି ବାଇଡେନ କହିଛନ୍ତି । ଆସନ୍ତା ସପ୍ତାହରୁ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଯେଉଁ ନିୟମ ରହିଥିଲା ସେଥିରେ ଜଣେ ଯାତ୍ରୀ ୭୨ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରିବା ଜରୁରୀ ଥିଲା ।

Share