ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ

ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ କମ୍ ହେଲାଣି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରିଟେନ, କନାଡା, ଇଟାଲୀ, ଆୟାରଲ୍ୟାଣ୍ଡ, ଡେନମାର୍କ ଓ ଆଇସଲ୍ୟାଣ୍ଡ । ଏବେ ଏସବୁ ଦେଶରେ ସଂକ୍ରମଣ ଗ୍ରାଫ ତଳକୁ ଖସିଲାଣି । ତେବେ ଭାରତରେ ଏହି ଗ୍ରାଫ ତଳକୁ ଖସିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନା ତୃତୀୟ ଏହରର ପିକ୍ ଭାରତରେ ଖୁବଶୀଘ୍ର ଆସିଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏବେ ଦୈନିକ ସଂକ୍ରମଣ ୧୬ ପ୍ରତିଶତ ଉପରକୁ ଚାଲିଯାଇଥିବା ବେଳେ ସପ୍ତାହିକ ସଂକ୍ରମଣ ୧୩ ପ୍ରତିଶତରେ ରହିଛି । ଗତ ୩ ଦିନ ହେବ ଦେଶରେ ପ୍ରତିଦିନ ୨ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ୧୫ ଜାନୁୟାରୀ ସୁଦ୍ଧା ଦେଶରେ ୧୭.୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ।

Share