ଯେଉଁଠି ପହଞ୍ଚିବାକୁ ଡେଲ୍ଟା-ବିଟାକୁ ଲାଗୁଥିଲା ୧୦୦ଦିନ, ଓମିକ୍ରନ୍ ପହଞ୍ଚିବ ୧୦ ଦିନରେ

ନୂଆଦିଲ୍ଲୀ,୩ ।୧୨: ଓମିକ୍ରନ୍ ଏବେ ୨୯ଟି ଦେଶରେ ପହଞ୍ଚି ସାରିଲାଣି । ଏବେ ପର୍ଯ୍ୟନ୍ତ ୩୭୩ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଆଫ୍ରିକାର ୧୮୩ ଜଣ ବୋଲି ଜଣାପଡିଛି । ଅନ୍ୟ ଭାରିଏଣ୍ଟଠାରୁ ଏହା ଖୁବଶୀଘ୍ର ବ୍ୟାପୁଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ବିଟା ଭାରିଏଣ୍ଟର ୫୦ ପ୍ରତିଶତ ସଂକ୍ରମଣ ଓ ଡେଲ୍ଟା ଭାରିଏଣ୍ଟର ୭୫ ପ୍ରତିଶତ ସଂକ୍ରମଣ ହେବାକୁ ପ୍ରାୟ ୧୦୦ ଦିନ ସମୟ ଲାଗିଥିଲା । ହେଲେ ଓମିକ୍ରନ ସଂକ୍ରମଣ ୧୦ ଦିନରେ ୮୦ ପ୍ରତିଶତ ହାଇଛି ବୋଲି କୁହାଯାଉଛି । ସେଥିପାଇଁ ଅନ୍ୟ ଭାରିଏଣ୍ଟଠାରୁ ଏହା ୫୦୦ ପ୍ରତିଶତ ଦ୍ରୁତ ଗତିରେ ବ୍ୟାପୁଛି ବୋଲି କୁହାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ, ମାନବ କୋଷିକାରେ ଲାଗି ରହିବାରେ ସାହାଯ୍ୟ କରୁଥିବା ସ୍ପାଇକ ପ୍ରୋଟିନ ଏହି ଭାରିଏଣ୍ଟରେ ଅଧିକ ଶକ୍ତିଶାଳୀ ରହିଛି, ତେଣୁ ଏହା ଦ୍ରୁତ ଗତିରେ ବ୍ୟାପୁଛି । ଆଶଙ୍କା କରାଯାଉଛିକି ଏହାର ମ୍ୟୁଟେସନ ବି ଦୁଇଗୁଣା ହୋଇପାରେ । ଓମିକ୍ରନ୍ ଭାରିଏଣ୍ଟଦ୍ୱାରା ସଂକ୍ରମିତ ରୋଗୀ ସାମନ୍ୟରୁ ଅତ୍ୟଧିକ ସଂକ୍ରମିତ କରୋନା ରୋଗୀ ପାଲଟି ଯାଉଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ ଭାଇରସର ଭୟାବହତାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ଦକ୍ଷିଣ ଆଫ୍ରିକାରୁ ମିଳୁଥିବା ତଥ୍ୟ କହୁଛି କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଦ୍ରୁତ ଗତିରେ ପ୍ରସାର ଲାଭ କରୁଛି ।

Share