Categories: ଜାତୀୟ

ରାଜଧାନୀରେ ଗୋଟିଏ ଦିନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ଦୁଇଗୁଣ

ନୂଆଦିଲ୍ଲୀ,୧୭।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛନ୍ତି। ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓମିକ୍ରନ ଭାରିଆଣ୍ଟ ବିଷୟରେ ବୁଲେଟିନ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଦିଲ୍ଲୀରେ ଓମିକ୍ରନର ୧୦ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜଧାନୀରେ ଏହି ପ୍ରକାରର ରୋଗୀଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ଅବଶ୍ୟ, ଏଥିରେ ସବୁଠାରୁ ବଡ ଆଶ୍ୱସ୍ତ ଖବର ହେଉଛି ମୋଟ ୨୦ ଓମିକ୍ରନ ସଂକ୍ରମିତ ମଧ୍ୟରୁ ୧୦ ଜଣଙ୍କୁ ସୁସ୍ଥ ହେବା ପରେ ଡିସଚାର୍ଜ କରାଯାଇଛି। ଡିସେମ୍ବର ୧୫ରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୧୦ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଛି।

Share