Posted inଜାତୀୟ

ସାଧାରଣ ଲକ୍ଷଣ ସହ ବଢିବ ଓମିକ୍ରନ୍‌: ଟିକା ଦେବ ସୁରକ୍ଷା

ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର ଲାଭ କରିବ । ଯେମିତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ହେଲେ ଯେଉଁମାନେ ଟିକା ନେଇଛନ୍ତି ସେମାନେ ସୁରକ୍ଷିତ ବୋଲି କୋଏତଜୀ କହିଛନ୍ତି । କିନ୍ତୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ବୋଲି ସେ କହିଛନ୍ତି । ପୂର୍ବରୁ ବିଶେଷଜ୍ଞମାନେ ବି କହିଥିଲେ ଓମିକ୍ରନ୍ ଭାରିଏଣ୍ଟଠାରୁ କରୋନା ଟିକା କିଛି ପରିମାଣରେ ସୁରକ୍ଷା ଦେବ । ଏବେ କିନ୍ତୁ ଦେଖାଯାଇଛି କି ସାମନ୍ୟ ଲକ୍ଷଣ ସହ କରୋନା ଟିକା ନେଇଥିବା ବ୍ୟକ୍ତି ବି ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ହେଲେ ଏମାନଙ୍କ ସୁସ୍ଥତା ହାର ଅଧିକ ବୋଲି ବି ବିଶେଷଜ୍ଞ କହିଛନ୍ତି । ତେଣୁ ଏବେ ସାରା ବିଶ୍ୱରେ ଓମିକ୍ରନ୍‌ଠାରୁ ଦୂରେଇ ରହିବାକୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି...

ଟ୍ରେଣ୍ଡ୍‌ରେ ମୋଦି: ଏହି ଦେଶ ଦେବ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାରବିଆନ୍‌ ଦେଶ ଡୋମିନିକା ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବ ବୋଲି ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ...

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ୫ ବର୍ଷ ପରେ କହିଲେ…

ମୁମ୍ବାଇ,୧୫।୧୧: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା...

ଆର୍‌ଏସ୍‌ଏସ୍‌ ଏକ ଆତଙ୍କବାଦୀ ସଂଗଠନ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ପୁଣେ,୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪କୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ଭାଜପାି ଏବଂ...

ଏଣିକି ବିନା ନେଟ୍‌ଓ୍ବାର୍କରେ ହେବ କଲ୍‌: ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ

ନୂଆଦିଲ୍ଲୀ,୧୫।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ...

ରାଶନ କାର୍ଡରୁ କଟିଲେ ଏମାନେ, ନାଁ ଅଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୫।୧୧: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି।...

ଏଥର ଭୟରେ କମ୍ପିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୫।୧୧: ଭାରତ ଗୁରୁବାର ପୁଣି ଥରେ ସଫଳତାର ସହ ବିମାନ ପିନାକ ଅସ୍ତ୍ର ପ୍ରଣାଳୀକୁ ପରୀକ୍ଷଣ କରି ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ...

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri