ଓମିକ୍ରନର ବିଏଫ୍‌.୭, ବିଏ.୫.୧.୭ସବ୍‌-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ବେଜିଂ,୧୧।୧୦: ଓମିକ୍ରନର ବିଏଫ୍‌.୭ ଏବଂ ବିଏ.୫.୧.୭ ସବ୍‌-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପକ୍ଷରୁ ଏକ ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ ଏହି ଦୁଇ ଭାରିଆଣ୍ଟ ଶୀଘ୍ର ଏକ ନୂତନ ଭାରିଆଣ୍ଟ ସୃଷ୍ଟି କରିବାର ଆଶଙ୍‌ତକା ରହିଛି। ବିଶେଷଜ୍ଞ କହିଛନ୍ତି ଯେ ଯଦି ବିଏଫ୍‌.୭ ଭାରିଆଣ୍ଟ୍‌ର ସଂକ୍ରମଣକୁ ରୋକିବା ପାଇଁ ଶୀଘ୍ର ପଦକ୍ଷେପ ନିଆ ନ ଯାଏ, ତେବେ ଏହା ଶୀଘ୍ର ସମଗ୍ର ଚାଇନାରେ ବ୍ୟାପିପାରେ।

ବିଶ୍ୱର ବିଭିନ୍ନ ଦେଶରୁ କରୋନା କଟକଣା ହଟି ଥିବାବେଳେ ଏବେ ମଧ୍ୟ ଚାଇନା ଏହାର ନାଗରିକଙ୍କ ପାଇଁ ଏକ ଶୂନ୍ୟ କୋଭିଡ ନୀତି ଜାରି କରିଛି। ଏହା ଅନ୍ତର୍ଗତ ସୀମା ଉପରେ ପ୍ରତିବନ୍ଧକ, ଜନ ପରୀକ୍ଷଣ, ବ୍ୟାପକ କ୍ୱାରାଣ୍ଟାଇନ, ଲକଡାଉନ ଲାଗୁ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଉଛି। ଜିରୋ କୋଭିଡ ନୀତିର କାର୍ଯ୍ୟକାରିତା ହେତୁ ଚାଇନାର ନାଗରିକମାନେ କଡା କଟକଣା ଦେଇ ଗତି କରୁଛନ୍ତି। ଏଥି ସହିତ, ଏହି କାରଣରୁ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ଦେଶ ସହିତ ଅନ୍ୟ ଦେଶରେ ମଧ୍ୟ ସମାଲୋଚିତ ହେଉଛନ୍ତି।

Share