କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ: ସିକ୍ରେଟ ଚାମ୍ବର ଭିତରେ ୱାଇଫାଇ, ଏସିରେ ଚାଲିଥିଲା ମଦ କାରଖାନା

ଭୁବନେଶ୍ୱର,୨୪।୮: ଗଞ୍ଜାମ ଜିଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ସରକାର ଆକ୍ସନ ମୁଡ୍‌ରେ ଅଛନ୍ତି । ଦେଶୀ ମଦ ଭାଟି ଉପରେ ପୋଲିସର ଘନ ଘନ ରେଡ ଚାଲିଛ। ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ ପୋଲିସ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା ଉପରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହୋଇଛି । ଚଢ଼ାଉ ସମୟରେ ସେଠାରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।
କାରଖାନାରେ ଚଢ଼ାଉ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ଏମିତିକି ସେଠାରେ ୱାଇଫାଇ, ଏସି ଲାଗିଥିବା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ମଧ୍ୟ ରହିଥିଲା । ତେବେ ଏହି ରେଡ ବେଳେ ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ ହୋଇଛି।

Share