Categories: ଜାତୀୟ

‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’

ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ରାଜଭର କହିଛନ୍ତି, ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ବିଭାଜନ ଭଳି ପରିସ୍ଥିତି ଉପୁଜି ନ ଥାନ୍ତା। ବାରାଣାସୀରେ ଏକ କାର୍ଯ୍ୟକ୍ରମରେ ରାଜଭାର ଏକଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଭାଜପାର ବରିଷ୍ଠ ନେତା ଏଲ.କେ ଆଡଭାନୀ ମଧ୍ୟ ଜିନ୍ନାଙ୍କ ପ୍ରଶଂସକ। ଭାବନ୍ତୁ କାହିଁକି ଅଟଳ ଜୀ ଏବଂ ଆଡଭାନୀ ଜୀ ମଧ୍ୟ ଜିନ୍ନାଙ୍କ ଧାରଣାକୁ ପ୍ରଶଂସା କରିଛନ୍ତି, ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ଦେଶ ବିଭାଜିତ ହୋଇ ନ ଥାନ୍ତା।’
ସୂଚନାଯୋଗ୍ୟ ଯେ, ନିକଟରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ନେହେରୁଙ୍କ ଭଳି ସ୍ବାଧୀନତା ସଂଗ୍ରାମରେ ଜିନ୍ନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share