ଚଣ୍ଡିଗଡ଼, ୨୪ା୩: ଖଲିସ୍ତାନୀ ନେତା ଅମ୍ରିତପାଲ୍ ସିଂ ପଞ୍ଜାବ ପୋଲିସ ହାବୁଡ଼ରୁ ଖସି ପଳାଇଯିବା ପୂର୍ବରୁ ୧୦ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଉଦ୍ବୋଧନ ଦେଇ ସେ ଶିଖ୍ମାନଙ୍କୁ କଠୋରପନ୍ଥୀ ହେବା ଲାଗି ପରାମର୍ଶ ଦେଇଥିଲେ। ୮୦୦ରୁ ୧,୦୦୦ ଶିଖ୍ଙ୍କୁ ସର୍ବୋଚ୍ଚ ବଳିଦାନ ଲାଗି ପ୍ରସ୍ତୁତ ରହିବାକୁ ସେ ପ୍ରବର୍ତ୍ତାଇଥିଲେ ବୋଲି ଜଣାପଡ଼ିଛି। ସମାଜରେ ଅସ୍ଥିରତା ସୃଷ୍ଟି ଲାଗି ‘ଓ୍ବାରିସ୍ ପଞ୍ଜାବ ଡେ’ର ନେତା ଉଦ୍ୟମ ଚଳାଇଥିଲେ। ଶିଖମାନଙ୍କୁ ନିରସ୍ତ୍ର କରିବା ଲାଗି ସରକାର ସେମାନଙ୍କ ଅସ୍ତ୍ର ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି।