ନିର୍ମାଣ ହେବ ମାରାଥନ ଧାବକ ଫୌଜା ସିଂଙ୍କ ବାୟୋପିକ୍‌

ମୁମ୍ବାଇ: ‘ମେରି କମ’୍ ଓ ‘ସରବଜିତ’ ଭଳି ଲୋକପ୍ରିୟ ବାୟୋପିକ୍ ନିର୍ମାଣ କରିଥିବା ନିର୍ଦ୍ଦେଶକ ଓମଙ୍ଗ କୁମାର ଏବେ ଆଉ ଏକ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ବିଶ୍ୱର ସବୁଠାରୁ ବୃଦ୍ଧ ମାରାଥନ ଧାମକ ଫୌଜା ସିଂଙ୍କ ଉପରେ ଆଧାରି ହେବ । ୧୦୯ ବର୍ଷୀୟ ଫୌଜା ସିଂଙ୍କୁ ଶିଖ୍ ସୁପରମ୍ୟାନ ବୋଲି ମଧ୍ୟ କୁହାଯାଏ । ସେ ୮୯ ବର୍ଷରେ ମାରାଥନ ଧାବକ ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ସେ ଭାରତୀୟ ମୂଳ ବାସିନ୍ଦା ହୋଇଥିବା ବେଳେ ଜଣେ ବ୍ରିଟିଶ ନାଗରିକ । ତାଙ୍କର ଜନ୍ମ ୧୯୧୧ରେ ପଞ୍ଜାବରେ ହୋଇଥିଲା । ଖ୍ୟାତନାମା ଲେଖକ ଖୁସୱନ୍ତ ସିଂଙ୍କ ପୁସ୍ତକ ‘ଦ ୱାର୍ଲଡ ଟର୍ନାଡୋ’ ଉପରେ ଆଧାରିତ । ଫିଲ୍ମକୁ ଓମଙ୍ଗ କୁମାର, ରାଜ ସାଣ୍ଡିଲ୍ୟ ଓ କୃଣାଳ ଶିବଦାସନି ପ୍ରଯୋଜନା କରିବେ । ଓମଙ୍ଗ କୁମାର ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି । ସେ ଲେଖଛନ୍ତିି ଆମର ନୂଆ ଫିଲ୍ମ ହେଉଛି ଫୌଜା । ଯେଉଁ କାହାଣୀକୁ େନେଇ ମୁଁ ସର୍ବଦା ଗର୍ବ କରୁଥିଲି ସେହି କାହାଣୀକୁ ନେଇ ଏବେ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଯାଉଛି । ଏହା ମାରାଥନ ଧାବକ ଫୌଜାଙ୍କୁ ଜୀବନ୍ତ କରିବ ।

Share