୧୮ ତାରିଖ ସ୍ବାଧୀନତା ଦିବସ  ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟିତ୍ରୀ

ଛେଣ୍ଡିପଦା,୧୬।୮(ଅଜିତ ଧଳ):  ୧୮ ତାରିଖ ସ୍ବାଧୀନତା ଦିବସ । ଶୁଣିବାକୁ ଅଡ଼ୁଆ ଲାଗିପାରେ ହେଲେ ଏଭଳି ଲେଖି ନିମନ୍ତ୍ରଣ କଲେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।
ସୁଚନା ଅନୁସାରେ ଚଳିତ ବର୍ଷ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ଏହି ଅବସରରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁମୁରିସିଂହ ସ୍କୁଲରେ ମଧ୍ୟ  ସବୁ ବର୍ଷ ଭଳି ସ୍ବାଧୀନତା ଦିବସ ପାଳନ କରାଯାଉଛି। ତେବେ ଏହି ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଯୋସ୍ନାରାଣୀ ସାହୁ ଅତିଥି ମାନଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ  । ଯେଉଁ ଚିଠି ଏବେ ଭାଇରାଲ ହେଉଛି ଆଉ ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଅଗଷ୍ଟ ମାସ ୧୮ ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ଉଲ୍ଲେଖ କରି ଉତ୍ସବରେ ଯୋଗଦାନ କରିବାକୁ ଲେଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଏଭଳି ଅବହେଳା ପୁର୍ଣ୍ଣ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
Share