୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ।

ମା’ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓଡ଼ିଶା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୂର ଆସିବ ବୋଲି କୁହାଯାଇଛି।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

ବାତ୍ୟାରେ ଜିରୋ କାଜୁଆଲିଟି ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକଙ୍କୁ ସୁରକ୍ଷିତ ରଖି…

ଭୁବନେଶ୍ୱର,୨୬ା୧୦: ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀପରିଷଦ, ଏମ୍‌ପି, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ବିପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri