Advertisement

ରାଜନୀତିରେ କେହି ଅବସର ନିଅନ୍ତି ନାହିଁ: ଲାଲୁ

ନୂଆଦିଲ୍ଲୀ,୬।୭: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମେଡିକାଲ ଚେକଅପ ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଖବରଦାତାଙ୍କ ସହ କଥା ହୋଇ ଭାଜପାକୁ ଟାର୍ଗେଟ କରିଛନ୍ତି।ଏହାସହ ବିରୋଧି ଏକତାକୁ ନେଇ ବି ସେ କଥା ହୋଇଛନ୍ତି। ପୁଣି ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଉପଦେଶ ଦେଇ ଲାଲୁ କହିଛନ୍ତି ପତ୍ନୀଙ୍କ ବିନା ପ୍ରଧାନମନ୍ତ୍ରୀଙ୍କ ଆବାସରେ ରହିବା ଠିକ ନୁହେଁ। ଏହାସହ ସେ ବିଶ୍ୱାସ ଜନ୍ମାଇଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ତାଙ୍କୁ ଭଲ ଆସନ ମିଳିବ ଅବା ସେ ବିଜୟ ଲାଭ କରିବେ।

ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ଉପରେ ଆରଜେଡି ସୁପ୍ରିମୋ ମଧ୍ୟ କଥା ହୋଇଛନ୍ତି। ରାଜନୀତିରୁ ଅବସର ନେଇଥିବା ବିତର୍କକୁ ନେଇ ସେ ଶରଦ ପାୱାରଙ୍କୁ ସମର୍ଥନ କରିଛନ୍ତି। ଲାଲୁ କହିଛନ୍ତି ଯେ ବୃଦ୍ଧ ବ୍ୟକ୍ତି ରାଜନୀତିରୁ କେବେବି ଅବସର ନେବେ ନାହିଁ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ନିକଟରେ ନିଯୁକ୍ତ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏନସିପିକୁୁ ତାଙ୍କ ଦଳ ବୋଲି କହିବା ପରେ ଶରଦ ପାୱାରଙ୍କ ବୟସ ହୋଇଗଲାଣିଛି ବୋଲି କହିଥିଲେ। ଅବସର ଗ୍ରହଣ କରିବାର ସମୟ ଆସିଛି। ଲାଲୁ ତାଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଶରଦ ପାୱାର ତାଙ୍କ ପୁତୁରାଙ୍କ ପରାମର୍ଶରେ କେବେ ହେଲେ ଅବସର ନେବେ ନାହିଁ। ରାଜନୀତିରେକୌଣସି ଅବସର ନ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share