Categories: ଜାତୀୟ

ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ…

ଇନ୍ଦୋର,୯।୧ : ପ୍ରବାସୀ ଭାରତୀୟ ଦିବସ ଅବସରରେ ଇନ୍ଦୋରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି ପ୍ରବାସୀମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ପରେ ଏହି କାର୍ଯ୍ୟକ୍ରମ ପୁଣି ଆୟୋଜିତ ହୋଇଛି। ଚାରି ବର୍ଷ ପରେ ଏହାର ମୂଳ ରୂପରେ ଏହା ପୁରା ମହାନତା ସହିତ ଫେରିଛି। ପ୍ରିୟଜନଙ୍କ ସହିତ ମୁହାଁମୁହିଁ ହୋଇ କଥା ହେବାରେ ଏକ ଭିନ୍ନ ଆନନ୍ଦ ଅଛି। ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ପାଇଁ ସମଗ୍ର ବିଶ୍ୱ ହେଉଛି ଆମର ଦେଶ। ଗତ କିଛି ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶ ହାସଲ କରିଛି ତାହା ଅତୁଳନୀୟ। ଆମେ ସଭ୍ୟତାର ଗୁରୁତ୍ୱ ବୁଝିଛୁ। ଶତାବ୍ଦୀ ପୂର୍ବରୁ ଆମେ ବିଶ୍ୱ ବାଣିଜ୍ୟର ଏକ ଅସାଧାରଣ ପରମ୍ପରା ଆରମ୍ଭ କରିଥିଲୁ । ଆମେ ସମୁଦ୍ର ପାର ହୋଇଥିଲୁ ଯାହା ଅସୀମ ମନେ ହେଉଥିଲା। ବ୍ୟବସାୟିକ ସମ୍ପର୍କ କିପରି ସହଭାଗୀ ସମୃଦ୍ଧିର ରାସ୍ତା ଖୋଲିପାରିବ ତାହା ଭାରତ ଏବଂ ଭାରତୀୟମାନେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଦଳୁଥିବା ଦୁନିଆରେ ପ୍ରବାସୀ ଭାରତୀୟଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଭାରତ ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ରହିଛି। ଭାରତୀୟମାନେ କିପରି ଆଗକୁ ବଢୁଛନ୍ତି ତାହା ଦେଖିବାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଯେତେବେଳେ ମହାକାଶର ଭବିଷ୍ୟତ କଥା ଆସେ, ମହାକାଶ ପ୍ରଯୁକ୍ତିର ସବୁଠାରୁ ଉନ୍ନତ ଦେଶ ମଧ୍ୟରେ ଭାରତର ଆଲୋଚନା ହୁଏ। ଭାରତ ଏକାସାଙ୍ଗରେ ଶହେ ଶହେ ଉପଗ୍ରହ ଉତକ୍ଷେପଣ କରୁଛି। ସଫ୍ଟୱେର୍‌ ଏବଂ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱ ଆମର ଶକ୍ତି ଉପରେ ନଜର ରଖିଛି। ଆପଣ ଏହାର ଏକ ଉତ୍ତମ ଉତ୍ସ ପାଲଟିଛନ୍ତିି।

ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ ଦେଶରୁ ୩୮୦୦ ପ୍ରବାସୀ ସାମିଲ ହୋଇଛନ୍ତି।

Share