ସଂଘର୍ଷ ସମିତି ପକ୍ଷରୁ ଧାରଣା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ଅଫିସ,୧୪।୧୦: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ସଂଘର୍ଷ ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା। ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ସାମାଜିକ ସଂଗଠନ ଯୋଗ ଦେଇଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଫଳରେ ଦୀର୍ଘ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ନ ହୋଇ ପଡିରହିଛି l ଏନେଇ ସମିତି ପକ୍ଷରୁ ପ୍ରତିବାଦ କରାଯାଇଥିଲା l ଏପରିକି ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କ ବିରୋଧରେ ବିକ୍ଷୋଭକାରୀମାନେ ଗର୍ଜିଥିଲେ l ଯଥାଶୀଘ୍ର ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ବଲାଙ୍ଗୀରବାସୀ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Share