ସଫେଇ ଦେଲେ ରାହୁଲ

ଲଣ୍ଡନ, ୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ରେ ଉଦ୍‌ବୋଧନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଦେଶରେ ରାହୁଲ ଭାରତର ଅପମାନ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ ରାହୁଲ ସଫେଇ ଦେଇଛନ୍ତି। କେମ୍ବ୍ରିଜ୍‌ରେ ଉଦ୍‌ବୋଧନବେଳେ ଭାରତର କଦାପି ଅପମାନ କରିନାହାନ୍ତି ରାହୁଲ ଲଣ୍ଡନରେ ଇଣ୍ଡିଆନ୍‌ ଜର୍ନାଲିଷ୍ଟସ୍‌ ଆସୋସିଏଶନକୁ କହିଛନ୍ତି। ଏଭଳି କରିବାର କୌଣସି ଉଦ୍ଦେଶ୍ୟ ନାହିଁ କି ଭବିଷ୍ୟତରେ ମଧ୍ୟ କରିବି ନାହିଁ। ତେବେ ତାଙ୍କ ଶବ୍ଦକୁ ଭାଜପା ଭିନ୍ନ ମୋଡ଼ ଦେବାକୁ ଚାହୁଁଛି। ଗଣମାଧ୍ୟମଗୁଡ଼ିକ ଟିଆର୍‌ପି ପାଇଁ ତାହାକୁ ବାରମ୍ବାର ପ୍ରସାରଣ କରୁଛନ୍ତି। କିନ୍ତୁ ବାସ୍ତବତା ହେଲା, ଯଦି କେହି ବିଦେଶ ମାଟିରେ ଭାରତର ମର୍ଯ୍ୟାଦା ହାନି କରୁଥାନ୍ତି, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, କେମ୍ବ୍ରିଜ ବିଶ୍ୱଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ଭାରତରେ ବିଭିନ୍ନ ସଂସ୍ଥା ସରକାରଙ୍କ ନିୟନ୍ତ୍ରଣରେ ଚାଲୁଛି। ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Share