Categories: ଜାତୀୟ

ଡାକ୍ତରଙ୍କୁ କରୋନା ଆକ୍ରାନ୍ତଙ୍କ ପରିବାରବର୍ଗ ଗୋଡ଼େଇ ଗୋଡ଼େଇ ପିଟିଲେ

ନୂଆଦିଲ୍ଲୀ,୨୭।୪ : ଦିଲ୍ଲୀର ଏକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ମଙ୍ଗଳବାର ସକାଳେ କରୋନା ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାରବର୍ଗ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ଆପୋଲୋ ହସ୍ପିଟାଲ ବାହାରେ ଘଟିଥିବା ଏହି ଘଟଣାରେ କିଛି ଡାକ୍ତର ଆହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ସେମାନଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ ଆଇସିୟୁରେ ବେଡ୍‌ ଅଭାବ ଥିବାରୁ ମହିଳାଙ୍କ ଆଡ୍‌ମିଶନରେ ବିଳମ୍ବ ହୋଇଥିଲା।

ସିସିଟିଭିରେ କଏଦ ହୋଇଥିବା ୨୭ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି, ୩ରୁ ୪ ଜଣ ବ୍ୟକ୍ତି ଡାକ୍ତରଙ୍କ ଉପରେ ଲାଠିରେ ଆକ୍ରମଣ କରୁଛନ୍ତି। ଘଟଣାଟି ସକାଳ ୮ରୁ ୧୦ଟା ମଧ୍ୟରେ ଘଟିଥିବାବେଳେ ପୋଲିସ ୧୧ଟାରେ ପହଞ୍ଚିଥିଲା।

Share