Categories: ଜାତୀୟ

ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ମାରିଲେ

ଜୟପୁର,୧୦।୧୦: ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି ସ୍ବାମୀ ଓ ତାଙ୍କ ପରିବାର ସମ୍ପର୍କିୟ। ଗୁରୁବାର ରାଜସ୍ଥାନର ହନୁମାନଗଡ଼ ଜିଲାରେ ଏଭଳି ଘଟଣା ଘଟିଛି। ସୋସିଆଲ ମିଡିଆରେ ହତ୍ୟାକାଣ୍ଡର କିଛି ଭିଡିଓ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଅତିକମ୍‌ରେ ୬ ଜଣ ବ୍ୟକ୍ତି ଜଣଙ୍କୁ ବାଡ଼ିରେ ନିର୍ଦ୍ଦୟ ଭାବେ ମାଡ଼ ମାରୁଛନ୍ତି। ହତ୍ୟା କରିବା ପରେ ମୃତଦେହକୁ ଫୋପାଡ଼ି ଦେଇଥିଲେ। ମୃତକଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା।

ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ଜଗଦୀଶ ସୁରଟଗଡ଼ ପାଇଁ ବାହାରିଥିଲେ। କିଛି ଘଣ୍ଟା ପରେ ମୋଟର ସାଇକେଲ ନେଇ ଆସିଥିଲେ ପ୍ରେମପୁରାର ୬ରୁ ୭ ଜଣ। ସେମାନେ ଜଗଦୀଶଙ୍କ ମୃତଦେହ ଆମ ଘର ବାହାରେ ଫୋପାଡ଼ି ଦେଇଥିଲେ। ମୁଁ ଧରିବା ବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା ବୋଲି ଜଗଦୀଶଙ୍କ ବାପା ବାନଓ୍ବାରିଲାଲ ମେଘଓ୍ବାଲ କହିଛନ୍ତି। ୧୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ୩ ଜଣ ଧରା ପଡ଼ିଛନ୍ତି।

Share