Advertisement

ହସ୍ପିଟାଲରେ ବ୍ୟକ୍ତିଙ୍କୁ ଜାଳି ଦେଲେ

ଭୋପାଳ, ୧୧।୬: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦେଶର ସାଗର ଜିଲା ହସ୍ପିଟାଲରେ ଜାଳି ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ହସ୍ପିଟାଲରେ ଲାଗିଥିବା ସିସିଟିଭିରେ। ପୀଡ଼ିତଙ୍କ ନାମ ଦାମୋଦର କୋରି। ଏବେ ବୁଣ୍ଡେଲଖଣ୍ଡ ମେଡିକାଲ କଲେଜରେ ସେ ଚିକିତ୍ସାଧୀନ ଅଛନ୍ତି। ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଭିଡିଓରେ ଅଭିଯୁକ୍ତ ମିଲନ ରାଜକ ହସ୍ପିଟାଲରେ ପଶି ଦାମୋଦରଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ଜଳୁଥିବା ଅବସ୍ଥାରେ ହସ୍ପିଟାଲ ବାହାରକୁ ଦୌଡ଼ିଥିଲେ ଦାମୋଦର। ଆକ୍ରମଣକାରୀ ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share