Categories: ଜାତୀୟ

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲା ମାଙ୍କଡ଼

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ମେଟ୍ରୋ ଟ୍ରେନରେ ଅନ୍ୟ ଯାତ୍ରୀଙ୍କ ସହ ଯାତ୍ରା କରୁଛି ଏକ ମାଙ୍କଡ଼। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨ ମିନିଟ୍‌ର ଭିଡିଓରେ ମାଙ୍କଡ଼ କୋଚ୍‌ ଭିତରେ ଆରମରେ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଜଣେ ଯାତ୍ରୀଙ୍କ ପାଖ ସିଟ୍‌ରେ ବସି ପଡ଼ିଥିଲା।

ଯମୁନା ଷ୍ଟେଶନରୁ ଆଇପି ଷ୍ଟେଶନ ଯାଉଥିବା ଟ୍ରେନରେ ଶନିବାର ଅପରାହ୍ନ ୪ଟା ୪୫ରେ ମାଙ୍କଡ଼କୁ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଯାତ୍ରୀମାନେ ଡିଏମ୍‌ଆରସି ଅଧିକାରୀଙ୍କୁ ଜଣାଇଥିଲେ। ମାଙ୍କଡ଼ଟି କୌଣସି ଯାତ୍ରୀଙ୍କ କ୍ଷତି କରିନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

Share