Categories: ଜାତୀୟ

ଷ୍ଟେଜ୍‌ ଉପରେ ଚଢ଼ି ବିହାର ମୁଖ୍ୟମନ୍ତ୍ରୀଙ୍କୁ ମାଡ଼

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘରୋଇ ସହର ଭକ୍ତିୟାରପୁରରେ ଜଣେ ଯୁବକ ଆକ୍ରମଣ କରିଛନ୍ତି। ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଆକ୍ରମଣକାରୀଙ୍କୁ ଗିରଫ କରାଯିବା ସହ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି।

ସ୍ଥାନୀୟ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ସ୍ବାଧୀନତା ସଂଗ୍ରାମୀ ଶିଳଭଦ୍ରା ୟାଜିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ ଯୁବକ ଜଣଙ୍କ ଆକ୍ରମଣ କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି। ଆକ୍ରମଣକାରୀ ପଛ ପଟୁ ଆସି ଡାଏସ ଉପରକୁ ଦୌଡ଼ି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ଘୋଷାଡ଼ି ନେଇଥିଲେ।

Share