Categories: ଜାତୀୟ

ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ

ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍‌ ସମୟରେ ଡ୍ରେନ ସଫା ନ କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା ବିଧାୟକ କହିଛନ୍ତି।

ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଉତ୍ତର ମୁମ୍ବାଇର କାନ୍ଦିଭଲି ବିଧାୟକ ଦୀଲିପ ଲାଣ୍ଡେ ଅନ୍ୟମାନଙ୍କ ସହ କଣ୍ଟ୍ରାକ୍ଟରଙ୍କୁ ରାସ୍ତାରେ ଜମା ହୋଇଥିବା ପାଣିରେ ବାଧ୍ୟକରି ବସାଉଛନ୍ତି। ଏହାପରେ ବିଧାୟକ ଅନ୍ୟମାନଙ୍କୁ କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ କଣ୍ଟ୍ରାକ୍ଟର ଠିକ୍‌ ସମୟରେ ଡ୍ରେନ ସଫା କରି ନ ଥିଲେ। ଯାହା ଦ୍ୱାରା ଗତ କିଛି ଦିନ ହେଲା ଲାଗି ରହିଥିବା ପ୍ରବଳ ବର୍ଷାରେ ମୁମ୍ବାଇ ଭଳି ମହାନଗର ଅବସ୍ଥା ବେହାଲ ହୋଇପଡ଼ିଛି। ଡ୍ରେନ ଚୋକ ହୋଇଯିବାରୁ ରାସ୍ତାରେ ଅଳିଆ ଭାଷୁଛି।

Share