Categories: ଜାତୀୟ

ଗ୍ରାହକଙ୍କ ପାଇଁ ଚାଟ ବିକାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ବାଗପାଟ, ୨୨।୨- ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ମଧ୍ୟରେ ଟଣାଓଟରା କିମ୍ବା ଯୁକ୍ତିତର୍କ ଦେଖିଯିବା କିଛି ନୂଆ ଘଟଣା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶର ବାଗପାଟ ଜିଲାରୁ ଅତିଥି ଭବନ ମାର୍କେଟ ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଭିଡିଓ। ଉକ୍ତ ଭିଡିଓରେ ଗ୍ରାହକଙ୍କ ପାଇଁ ଚାଟ ବିକାଳିଙ୍କ ଦୁଇ ଗ୍ରୁପ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳୁଛି। ରାସ୍ତା ଉପରେ ଚାଟ ବିକାଳିମାନେ ପରସ୍ପର ଉପରେ ରଡ ଓ ବାଡ଼ି ସହ ଆକ୍ରମଣ କରୁଛନ୍ତି। ଏହି ଖଣ୍ଡଯୁଦ୍ଧ ପ୍ରାୟ ୨୦ ମିନିଟ୍‌ ଧରି ଚାଲିଥିଲା। ଘଟଣାର ଭିଡିଓକୁ ସମ୍ଭବତଃ ଜଣେ ଦେଖଣାହାରୀ ଶୁଟ୍‌ କରିଛନ୍ତି। ଅପଲୋଡ ହେବାର କିଛି ସମୟ ମଧ୍ୟରେ ହିଁ ଭିଡିଓଟି ଭାଇରାଲ ହୋଇଯାଇଛି। ଏହି ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଦୁଇ ଗ୍ରୁପର ୮ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

Share