Categories: ଜାତୀୟ

ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କର୍ମୀମାନେ ଗାଁ ଗାଁ ବୁଲୁଛନ୍ତି। ସେହିଭଳି ଏଟାଓ୍ବା ଜିଲାର ଚନ୍ଦନପୁର ଗାଁରେ ମଙ୍ଗଳବାର ପହଞ୍ଚିଥିଲେ ଭାଜପା ବିଧାୟିକା ସରିତା ଭଦୌରିଆ ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌। ସେମାନେ ଏକ ଘରେ ପହଞ୍ଚିବା ପରେ କାହାକୁ ପାଇ ନ ଥିଲେ। ଖୋଜାଖୋଜି କରିବା ପରେ ଜଣେ ବୃଦ୍ଧା ଡ୍ରମ ପଛରେ ଲୁଚିରହିଥିବା ସ୍ବାସ୍ଥ୍ୟକର୍ମୀ ଦେଖିବାକୁ ପାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share