Categories: ଜାତୀୟ

ୟୁପି ପଞ୍ଚାୟତ ନିର୍ବାଚନରେ ପ୍ରପୋଜରଙ୍କ ଶାଢ଼ୀ ଟାଣିଲେ

ନୂଆଦିଲ୍ଲୀ,୮।୭: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା)ର ପ୍ରାର୍ଥୀଙ୍କ ମହିଳା ପ୍ରସ୍ତାବକଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବା ସହ ଶାଢ଼ୀ ଟଣାଓଟରା କରାଯାଇଛି। ତାଙ୍କୁ ଆକ୍ରମଣ କରିଥିଲେ ପ୍ରତିପକ୍ଷ ଦଳର ସମର୍ଥକ। ସେମାନେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ମଧ୍ୟ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ରାଜଧାନୀ ଲକ୍ଷ୍ନୌଠାରୁ ୧୩୦ କିମି ଦୂର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଭିଡିଓ ଟୁଇଟ୍‌ କରି ଲେଖିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ କ୍ଷମତା ଲୋଭି ଗୁଣ୍ଡା। ସେହିଭଳି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଉ ଏକ ଭିଡିଓକୁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି। ”ନିମ୍ନ ଲିଖିତ କାର୍ଯ୍ୟ ପାଇଁ ଭାଜପା କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛା ବିଳିବା ଦରକାର। ବହୁ ସ୍ଥାନରେ ବୋମା, ଗୁଳି, ପଥର ମାଡ଼ କରିଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଚିରିବାଠାରୁ ଜର୍ନାଲିଷ୍ଟଙ୍କୁ ମାଡ଼, ମହିଳାଙ୍କ ସହ ଅସଦାଚରଣ କରାଯାଇଛି। ଆଇନ ଆଖିରେ ପଟି ବାନ୍ଧି ଲୋକତନ୍ତ୍ରର ଚିରହରଣ ଚାଲିଛି ୟୁପିରେ“ ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି।

Share